କଅଁଳ ବୟସରେ ଅସହ ଯନ୍ତ୍ରଣା ଛଟପଟ ହେଉଥିଲେ ୮ବର୍ଷ ଆୟୁଷ । ଯେଉଁ ବୟସରେ ସାଙ୍ଗ ସାଥି ସହିତ ମଜାମସ୍ତି କରିବା କଥା ସେହି ବୟସରେ ଦାଉ ସାଧୁଥିଲା ଯନ୍ତ୍ରଣା ଫଳରେ ଶଯ୍ୟାଶାଇ ହୋଇପଡ଼ିଥିଲେ ଆୟୁଷ। ସାଧାରଣ ପିଲାଙ୍କ ଠାରୁ ଆୟୁଷ ଜନ୍ମରୁ ଟିକେ ଭିନ୍ନ ଥିଲେ । ତାଙ୍କର ମୁଣ୍ଡ ବଦଳରେ ନାକରେ ଥିଲା ବ୍ରେନ୍ ର କିଛି ଅଂଶ । ଯାହାଫଳରେ ଜନ୍ମ ହେବାର ଦେଢ଼ମାସ ଠାରୁ ହିଁ କାଶ ଝିଙ୍କ ଲାଗି ରହିବା ସହିତ ନାକପଟୁ ନିଶ୍ୱାସ ନେଇ ପାରୁନଥିଲେ ଆୟୁଷ । ଥଣ୍ଡା ଜନିତ ରୋଗ ଭାବି ଚିକିତ୍ସା ଜାରି ରଖିଥିଲେ ଆୟୁଷ ଙ୍କ ପିତା ମାତା ହେଲେ ରୋଗର ସଠିକ ଚି଼ହ୍ନଟ କରିପାରୁନଥିଲା । ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ସମଅଲଟିମେଟ ର ଡାକ୍ତରୀ ଟିମ ର ଶତଚେଷ୍ଟା ଯୋଗୁଁ ନୂଆ ଜୀବନ ପାଇଛନ୍ତି ଆୟୁଷ ।ନାକ ଭିତରେ ଥିବା ଟେନିସ୍ ବଲ୍ ସାଇଜ୍ ର ମେନିଙ୍ଗୋଏନ୍ସଫାଲୋସେଲ୍ କୁ ଅପସାରଣ କରିବା ପାଇଁ ଲାଗିପଡ଼ିଥିଲେ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ.ENT & Skull Base Surgery OPD ବିଭାଗର ବରିଷ୍ଠ ପରାମର୍ଶଦାତା ଡକ୍ଟର ରାଧାମାଧବ ସାହୁଙ୍କ ତତ୍ୱାବଧାନ ରେ ସମ୍ପୂର୍ଣ ସୁସ୍ଥ ହୋଇଛନ୍ତି ଆୟୁଷ । ସିଟି ସ୍କାନ୍ କରିବା ପରେ ନାକ ଭିତରେ 8cm ର ମେନିଙ୍ଗୋଏନ୍ସଫାଲୋସେଲ ଚିହ୍ନଟ ହୋଇଥିଲେ । ମୁହଁ କୁ ନ କାଟି ଏଣ୍ଡୋସ୍କୋପିକ୍ ମାଧ୍ୟମ ରେ ମାଂସ କୁ ବାହାର କରାଯାଇଥିଲା ।

ମେନିଙ୍ଗୋସେଫାଲୋସେଲ ହେଉଛି ତରଳ, ମସ୍ତିଷ୍କ ଟିସୁ ଏବଂ ମେନିଞ୍ଜର ଏକ ଅସ୍ୱାଭାବିକ ଥଳି. ଯାହା ଖପୁରୀର ଏକ ତ୍ରୁଟି ଯୋଗୁ ଶରୀର ର ଅନ୍ୟ ଅଙ୍ଗ ରେ ବିସ୍ତାର ହୁଏ । ଏହି ରୋଗ ନାକ ଦେଇ ଯାଉଥିବା ବାୟୁପଥକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ ଏଣ୍ଡୋସ୍କୋପିକ୍ ଏକ୍ସାଇଜନ୍ କରାଯିବା ସହ ଖପୁରୀ ରେ ଥିବା ତ୍ରୁଟି କୁ ସଠିକ କରାଯାଇଥିଲା । ଡାକ୍ତର ରାଧାମାଦବ ସାହୁ (HOD & Consultant, ENT & Skull Base Surgery ବିଭାଗ), ଡାକ୍ତର ରଞ୍ଜିତ ପାଟି (ଆନାସ୍ଥେଟିଷ୍ଟ) ଏବଂ ଡାକ୍ତର ପୂଜା ଲାଖୋଟିଆ (ENT ସର୍ଜନ) କୁ ନେଇ ଡାକ୍ତରଙ୍କ ଟିମ୍ ଗଠିତ ହୋଇଥିଲା।ଶିଶୁ ଆଇସିୟୁରେ ଡକ୍ଟର ପ୍ରଦୀପ କୁମାର ଙ୍କ ନେତୃତ୍ୱରେ ଏକ ଶିଶୁ ବଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା। ଅସ୍ତ୍ରୋପଚାରର ୧ମାସ ପରେ ପିଲାଟି ସମ୍ପୂର୍ଣ ସୁସ୍ଥ ହେବା ସହ ଆୟୁଷ ଙ୍କ ମୁହଁରେ ଖସଫୁଟିଥିଲା । ଡାକ୍ତରୀ ଟିମ କୁ ଓ ସମ ଅଲଟିମେଟ କୁ ଧନ୍ୟବାଦ ଜଣାଇଛନ୍ତି ପୁରା ପରିବାର ବର୍ଗ।