ଦାମନଯୋଡ଼ିରେ ଠେଙ୍ଗଡି ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ
ଦାମନଯୋଡି,୦୧/୧୧: ଭାରତକୁ ବିକଶିତ ଏବଂ ସମୃଦ୍ଧ କରିବାପାଇଁ କେବଳ ଗୋଟିଏ ମନ୍ତ୍ର ରହିଛି । ତା ହେଉଛି ସ୍ୱଦେଶୀ । ଆମ ଦେଶର ଲଘୁ ଉଦ୍ୟୋଗ କୁଟୀର ଶିଳ୍ପ ଗୁଡିକୁ ସଶକ୍ତ କଲେ ହିଁ ଦେଶରେ ନୂଆ ରୋଜଗାର ସୃଷ୍ଟି ହୋଇପାରିବ । ସ୍ୱଦେଶୀ ଆନ୍ଦୋଳନ ବିଦେଶୀ ବିରୋଧରେ ନୁହେଁ ବରଂ ଦେଶର ବିଗିଡିଯାଉଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏକ ମିଶନ । ଦମାନଯୋଡି ଠାରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଦତ୍ତୋପନ୍ତ ଠେଙ୍ଗଡି ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି ।ରବିବାର ଦାମନଯୋଡି ସ୍ଥିତ ଭାରତୀୟ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡିଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ନାଲକୋ ପ୍ଲାଣ୍ଟରେ କାର୍ଯ୍ୟରତ ଇଂଜିନିୟର ପ୍ରକାଶଚନ୍ଦ୍ର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସମାଜସେବୀ ଜଳେନ୍ଦ୍ର ତ୍ରିପାଠୀ ଯୋଗ ଦେଇ କହିଛନ୍ତି, ଭାରତୀୟ ବିକାଶ ମଡେଲ ହିଁ ଲୋକଙ୍କୁ ଆର୍ଥିକ ରୂପେ ମଜବୁତ କରିବ, ଦେଶରେ ରୋଜଗାର ବଢ଼େଇବ । ନାଲକୋ ମଜଦୂର ସଂଘର ସାଧାରଣ ସଂପାଦକ ଆଲୋକ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ଠେଙ୍ଗଡ଼ିଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଦତ୍ତୋପନ୍ତ ଠେଙ୍ଗଡି ୧୯୨୦ ନଭେମ୍ବର ୧୦ ତାରିଖରେ ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଠେଙ୍ଗଡି ଭାରତୀୟ ମଜଦୂର ସଂଘ, ଭାରତୀୟ କିଷାନ ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚ ଆଦି ଅନେକ ସଂଗଠନର ଜନକ । ଠେଙ୍ଗଡି ଦୁଇଥର ରାଜ୍ୟସଭା ସାଂସଦ ହୋଇଥିଲେ । ସାଧାରଣ ଲୋକଙ୍କ ଜୀବନସ୍ତରକୁ ସହଜ କରିବା ବା ଧନୀ ଆଉ ଗରୀବ ମଧ୍ୟରେ ଅନ୍ତର କମାଇବା ପାଇଁ ସେ ସଦା ଚେଷ୍ଟିତ ଥିଲେ । ମଞ୍ଚର ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ମନୋରଞ୍ଜନ ରାଉତରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟ ଜିଲ୍ଲା ସହ ସଂଯୋଜକ ରବି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଡ 19 ନିୟମବଳୀକୁ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା । ମନ୍ମଥ ପାଢ଼ୀ, ପୂର୍ଣ୍ଣିମା ନାୟକ, ଅର୍ଜୁନ ଦାସ, ମୃତ୍ୟୁଞ୍ଜୟ ଶତପଥୀ, ଅମୂଲ୍ୟ ସାହୁ, ସାଗରିକା ପାଢ଼ୀ, ଟି ଅରୁଣା, ପିତାମ୍ବର ସାହୁ, ଚୈତନ୍ୟ ହନ୍ତାଳ, ସୂର୍ଯ୍ୟ ନାରାୟଣ ବେହେରା, ମିଟୁ ପଟନାୟକ, କେଶବ ପଟନାୟକ, ଉମା ଶଙ୍କର ଦାସ, ସୁଦର୍ଶନ ସେନାପତି, ନରସିଂହ ବ୍ରହ୍ମା, ଲଲଟେନ୍ଦୁ ପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସୌମେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।