ବାରବାଟିରେ ଦୃଷ୍ଟିହୀନ ବିଶ୍ବକପ୍ ଟି ଟ୍ବେଣ୍ଟି କ୍ରିକେଟ ମ୍ୟାଚରେ ଭାରତ ବିଜୟ

କଟକ; ଆଜି କଟକ ର ବାରବାଟି ଷ୍ଟାଡିୟମରେ ଦୃଷ୍ଟିହୀନ ବିଶ୍ବକପ ଟି ଟ୍ବେଣ୍ଟି କ୍ରିକେଟ ମ୍ୟାଚ୍ ଖେଳାଯାଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିଲା କଡ଼ା ଟକର୍। ବାଂଲାଦେଶ କୁ ୭ ୱିକେଟରେ ହରାଇଲା ଭାରତ । ଓଡ଼ିଶାରୁ କୋରାପୁଟ ଜିଲ୍ଲାରୁ ଜଣେ ଖେଳାଳି ନକୁଳ ବଡନାୟକ ଅଂଶ ଗ୍ରହଣ କରିଥିଲେ । ଟି ଦୁର୍ଗା ରାଓ ଙ୍କ ଧୂଆଁଧାର ୭୩ରନ ବଳରେ ଏହି ମ୍ୟାଚ ରେ ବାଜିମାତ କରିଛି ଭାରତ। ବାରବାଟୀ ରେ ଖେଳାଯାଉଥିବା ଭାରତ ଓ ଵାଂଲାଦେଶ ମଧ୍ୟରେଦୃଷ୍ଟିହୀନ ବିଶ୍ୱକପ ର ତୃତୀୟ ଟି ଟ୍ବେଣ୍ଟି ମ୍ୟାଚ ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ବାଂଲାଦେଶ ନିର୍ଦ୍ଧାରିତ ୨୦ଓଭର ରେ ୪ ୱିକେଟ ହରାଇ ସଂଗ୍ରହ କରିଥିଲା ୧୬୬ ରନ ଦଳ । ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସର୍ବାଧିକ ୭୫ରନ କରିଥିଲା ବେଳେ ମହମ୍ମଦ ଆରିଫ ୩୩ରନ ଓ ତାଂଯିଲ ୨୦ ରନ କରିଥିଲେ । ଭାରତ ପକ୍ଷରୁ ନକୁଳ ବଡନାୟକ ୨ଓଭର ରେ ୭ରନ ଦେଇ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବ ରେ ଭାରତ ପାଳି ଆରମ୍ଭ ରୁ ହିଁ କଡା ଜବାବ ଦେଇଥିଲା। ପ୍ରାରମ୍ଭିକ ଯୋଡିରେ ଓଡ଼ିଆ ଷ୍ଟାର ନକୁଳ ବଡ଼ ନାୟକ ବ୍ୟକ୍ତିଗତ ଭାବରେ ୩୬ରନ କରି ଆଉଟ ହେବା ପରେ ଟି ଦୁର୍ଗା ରାଓ ଙ୍କ ରନ ବର୍ଷା ରେ ପଡି ନଥିଲା ପୂର୍ଣ୍ଣଛେଦ। ବ୍ୟକ୍ତିଗତ ୪୩ବଲ ରେ ୭୩ରନ କରି ଭାରତ କୁ ବିଜୟ ଭେଟି ଦେଇଥିଲେ ଦୁର୍ଗା। ତେବେ କମ ରନ ଯୋଗୁ ମ୍ୟାଚ ପରାଜୟ ହେବାର ମୁଖ୍ୟ କାରଣ ବୋଲି କହିଛନ୍ତି ବାଂଲାଦେଶ ଅଧିନାୟକ।