ଗୃହରେ ତାତିଲେ ତାରା କହିଲେ ମନ୍ତ୍ରୀ ଜାଣିନାହାନ୍ତି ଦେଓମାଳି କେଉଁଠି ଅଛି !!

ବିଧାନସଭା ଶୀତଅଧିବେଶନର ଆଜି ତୃତୀୟ ଦିନ। ପର୍ଯ୍ୟଟନସ୍ଥଳୀ ରବିକାଶ ପ୍ରସଙ୍ଗ ରେ ମନ୍ତ୍ରୀ କୁ ପ୍ରଶ୍ନବାଣ କଲେ ବିଧାୟକ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ପର୍ଯ୍ୟଟନସ୍ଥଳୀ ର ବିକାଶ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ଜାଣିନାହାନ୍ତି ଦେଓମାଳି କେଉଁଠି ଅଛି ବୋଲି ସମାଲୋଚନା କରିଥିଲେ । ଏଥି ସହିତ ଜୟପୁର ନାକଟି ଡଙ୍ଗର ଇକୋ ଇକୋଟ୍ୟୁରିଜିମ୍ କରିବା , ଗୁପ୍ତେଶ୍ୱର ବିକାଶ, ମାଛକୁଣ୍ଡ ଜଳପ୍ରପାତ ର ବିକାଶ, ବୋରିଗୁମ୍ମା ମୁରାନ ଡ଼୍ୟାମରେ ୱେଟର ପାର୍କ କରିବା ଇତ୍ୟାଦି ଗୃହରେ ଦାବି ଉପସ୍ଥାପନ କରିଛନ୍ତି ତାରା । ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିଉତ୍ତରେ କହିଛନ୍ତି ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ଏବଂ ସେ ବ୍ୟକ୍ତିଗତ ଭାବରେ ଗୁପ୍ତେଶ୍ୱର ଯାଇଛନ୍ତି ଓ ଖୁବ୍ ନିକଟରୁ କୋରାପୁଟ ସୈଦର୍ଯ୍ୟତା କୁ ଅନୁଭବ କରିଛନ୍ତି। ପର୍ଯ୍ୟଟକସ୍ଥଳୀ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ କହିଛନ୍ତି ମନ୍ତ୍ରୀ।