ଅଧିକାର ପାଇଁ ରାଜଧାନୀରେ ଶିକ୍ଷକଙ୍କ ହମଯଜ୍ଞ

ତିନି ଦଫା ଦାବିରେ ଦିର୍ଘ୍ୟ ଚାରିଦିନ ହେଲେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପ୍ରାଥମିକ ଶିକ୍ଷକ ମହାସଂଘ। ସରକାର ଶିକ୍ଷକଙ୍କ କଥା ଶୁଣୁ ନଥିବାବେଳେ ଶିକ୍ଷକ ମାନେ ନିଜ ନାର୍ଯ୍ୟ ଦାବି ପାଇବା ପାଇଁ ଜିଦ୍ ରେ ଅଟଳ । ସରକାର କର୍ଣ୍ଣପାତ କରୁନ ଥିବାବେଳେ ଭିନ୍ନଧରଣରେ ପ୍ରତିବାଦ କରୁଛନ୍ତି ଶିକ୍ଷକ ସଂଘ। ଆଜି ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ହମଯଜ୍ଞ କରୁଛନ୍ତି । ଯେଉଁ ହାତରେ ପିଲାଙ୍କ ଭବିଷ୍ୟତ ତିଆରି କରୁଥିଲା ଆଜି ସେହି ହାତରେ ହମଯଜ୍ଞ କରିବାକୁ ବାଧ୍ୟ ହୋଇଛି । ଶିକ୍ଷକମାନେ ରାଜଧାନୀ ରେ ଯଜ୍ଞ କରୁଛନ୍ତି ହେଲେ ମଧ୍ୟ ସରକାର ନିଦ ଭାଙ୍ଗୁ ନାହିଁ। ଲକ୍ଷ ଲକ୍ଷ ଶିକ୍ଷକ ଆଜି ନିଜର ଅଧିକାର ପାଇଁ ଶୀତ କାକରରେ ରାଜଧାନୀରାସ୍ତା ରାତ୍ରୀ ଜୀବନ ଯାପନ କରୁଛନ୍ତି ।

ଅନ୍ୟପଟେ ଆଜି ଗୃହରେ ଶିକ୍ଷକଙ୍କ ଦାବି ଏବଂ ବିଭିନ୍ନ ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଦାବି ଉଠିଥିଲା ।କଂଗ୍ରେସ ବିଧାୟକ ତାରା ବାହିନୀପତି ଗତକାଲି ଶିକ୍ଷକ ମାନଙ୍କ ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିବା ସହ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆଜି ଗୃହରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରସଙ୍ଗ ମଧ୍ୟ ଉଠିଥିଲା । (ଓଏଭି)ରେ ୧୧୭୮ ଖାଲି ଶିକ୍ଷକ ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ କହିଥିଲେ । ଏନେଇ ଓଡ଼ିଶା ଷ୍ଟାପ୍‌ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ମଧ୍ୟ ଶିକ୍ଷା ସମ୍ବଦ୍ଧୀୟ ପ୍ରଶ୍ନର ଉତ୍ତର ମନ୍ତ୍ରୀ ରଖିଥିଲେ ।