ଗୃହରେ ଉଠିଲା ଶିକ୍ଷକ ସଂଘର ୩ଦଫା ଦାବି ପ୍ରସଙ୍ଗ

୧୧.୩୦ ପଯ୍ୟନ୍ତ ମୁଲତାବି ଘୋଷଣା

ବିଧାନସଭା ଶୀତଅଧିବେଶନର ଆଜି ଚତୁର୍ଥ ଦିନ। ଆଜି ମଧ୍ୟ ସ୍ଵାଭାବିକ ଭାବରେ ଗୃହ ଚାଲିପାରି ନାହିଁ । ଉଠିଲା ପ୍ରାଥମିକ ଶିକ୍ଷକ ସଂଘ ୩ଦଫା ଦାବି ପ୍ରସଙ୍ଗ। ତାତିଲେ ତାରା କହିଲେ ଲକ୍ଷ ଲକ୍ଷ ଶିକ୍ଷକ ଆଜି ରାଜଧାନୀ ରାଜରାସ୍ତାରେ ଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ମାତିଛନ୍ତି । ବାଚସ୍ପତି ପୋଡିୟମ୍ ତଳେ ନାରାବାଜି ଦେବା ସହ ଶିକ୍ଷକ ପ୍ରସଙ୍ଗ କୁ ଖୁବ୍ ତାତି ଥିଲେ ବିରୋଧି। ଯାହାଫଳରେ ଗୃହକୁ ୧୧.୩୦ ପଯ୍ୟନ୍ତ ମୁଲତାବି ଘୋଷଣା କରିଛନ୍ତି ବାଚସ୍ପତି।