ଯମଦୂତ ସାଜିଲା ମାଲବାହୀ ଟ୍ରେନ୩ ମୃତ ଏକାଧିକ ଆହତ

୩ ମୃତ ସମେତ ଶତାଧିକ ଆହତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜି ସକାଳ ୬ଟା ୪୪ମିନିଟରେ ଭଦ୍ରକ ଜିଲ୍ଲାରୁ କଟକ ଅଭିମୁଖେ ଏହି ମାଲବାହୀ ଟ୍ରେନଟି ବାହାରି ଥିଲା । ଟ୍ରେନଟି ହଠାତ୍ କୋରେଇ ରେଳ ଷ୍ଟେସନ ଉପରେ ଚଢିଯାଇଥିଲ । ଯାହାଫଳରେ ଟ୍ରେନ୍ କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୮ଟି ବଗି ଲାଇନଚ୍ୟୁତ ହୋଇଛି । ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରତ୍ୟକ୍ଷଦର୍ଶୀ କହିବା ଅନୁଯାୟୀ ଟ୍ରେନଟିର ବେଗ ଅତ୍ୟଧିକ ଥିବା ଯୋଗୁ ଏପରି ଦୁର୍ଘଟଣା ହୋଇଛି। ବର୍ତ୍ତମାନ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।