ରେଷ୍ଟୁରାଣ୍ଟ ଷ୍ଟାଇଲ୍ ଭେଜ୍ ବିରିୟାନୀ ସହ ମଟର‌ ପନିର ମସଲା ତରକାରୀ ଘରେ ବନେଇ ମଜା ନିଅନ୍ତୁ ।

ଘରେ ବନାନ୍ତୁ ବିଲକୁଲ ରେଷ୍ଟୁରାଣ୍ଟ ଷ୍ଟାଇଲର ଭେଜ୍ ବିରିୟାନୀ ସହ ମଟର‌ ପନିର ମସଲା ତରକାରୀ। ସାଧାରଣତଃ ଏହି ରେସିପି ଶାକାହାରୀ ଏବଂ ପିଲାଙ୍କୁ ବେଶ୍ ପସନ୍ଦ ଆସିବ । ପନିର ଛୋଟ ପିଲାଙ୍କ ବେଶ୍ ପସନ୍ଦ ହୋଇଥାଏ । ପିଲାଙ୍କ ଛୁଟି ଦିନ ଏପରି ଷ୍ଟାଇଲରେ ବନାନ୍ତୁ ଭେଜ୍ ବିରିୟାନୀ ସହ ମଟର ପନିର ନିଶ୍ଚିତ ଭଲ ଲାଗିବ । ପ୍ରଥମେ ଆମେ ଭେଜ୍ ବିରିୟାନୀ କରିବା ତାପରେ ପନିର ମଟର ମସଲା ତରକାରୀ ପ୍ରସ୍ତୁତ କରିବା ।

ଭେଜ୍ ବିରିୟାନୀ ପାଇଁ ଆବଶ୍ୟକୀୟ ସାମଗ୍ରୀ।

୧.ଚାଉଳ ୫୦୦ଗ୍ରାମ
୨. ମଟର ୧୦୦ଗ୍ରାମ
୩.ଗାଜର ୨ଟା
୪.ଖାଇବା ତେଲ ଆବଶ୍ୟକ ଅନୁଯାୟୀ
୫. ଲୁଣ ଆବଶ୍ୟକ ଅନୁଯାୟୀ
୬.ଗୋଟେ କଟା ପିଆଜ
୭. କିଛି ଖଣ୍ଡ କଟା ଫୁଲକୋବି
୮. ୨ଟି ତେଜପତ୍ର, ଗୋଟିଏ ଗୁଜୁରାତି, ଡାଲଚିନି ୩ଖଣ୍ଡ, ୧ ଚାମଚ ଜୀରା ,ଆଉ କିଛି ଗୋଟା ମସଲା

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସ୍ କୁ ଅନ୍ କରନ୍ତୁ । କୈଣସି ଗୋଟିଏ ପାତ୍ର ନିଅନ୍ତୁ । ଓସାରିଆ ହାଣ୍ଡି ରେ ବିରିୟାନି କରିବା ଦ୍ୱାରା ଭଲ ହୋଇଥାଏ। ଚାରି ଚାମଚ ଖାଇବା ତେଲ ଦିଅନ୍ତୁ। ଜୀରା , ଗୁଜୁରାତି, ତେଜପତ୍ର,ଗୋଟା ମସଲା କୁ ତେଲରେ ଛାଡି ଦିଅନ୍ତୁ ଅଳ୍ପ ଭାଜି ହୋଇଗଲା ପରେ ସେଥିରେ କଟାଯାଇଥିବା ପିଆଜ କୁ ଦିଅନ୍ତୁ। ପିଆଜ ଅଳ୍ପ ନାଲି ହୋଇଗଲା ପରେ ସେଥିରେ କଟା ଯାଇଥିବା ଗାଜର ,ମଟର , ଫୁଲକୋବି ଙ୍କୁ ଦେଇ ଦିଅନ୍ତୁ। ପରିବା ଭଲ ଭାବରେ ତେଲରେ ଭାଜି ନିଅନ୍ତୁ । ତା’ପରେ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ହଳଦୀ ଗୁଣ୍ଡ ପକାନ୍ତୁ। ପରିବା ଅଳ୍ପ ଶିଝି ଆସିଲେ ସେଥିରେ ୫୦୦ଗ୍ରାମ ଚାଉଳ କୁ ଦେଇ ଦିଅନ୍ତୁ। ଚାଉଳ ଏବଂ ପରିବାର ଉଭୟ ଭଲଭାବରେ ଭାଜି ହୋଇଗଲା ପରେ ୩ଗ୍ଲାସ ପାଣି ଦେଇ ଢାଙ୍କୁଣି ଦେଇ ଦିଅନ୍ତୁ। ୧୦ ରୁ ୧୫ ମିନିଟ୍ ଶିଝିବାକୁ ଛାଡନ୍ତୁ । ତା’ପରେ ଢାଙ୍କୁଣି କାଢି ଦେଖନ୍ତୁ। ପ୍ରସ୍ତୁତି ହୋଇଗଲା ଗରମ ଗରମ ଭେଜ୍ ବିରିୟାନୀ। ଏବେ ଆସନ୍ତୁ ପ୍ରସ୍ତୁତ କରିବା ମଟର ପନିର।

ମଟର ପନିର ମସଲା ତରକାରୀ ପାଇଁ ଆବଶ୍ୟକୀୟ ସାମଗ୍ରୀ
୧.ପନିର ୫୦୦ଗ୍ରାମ
୨.ମଟର୨୦୦ ଗ୍ରାମ
୩.କିଛି କଟା ପିଆଜ
୪. ଅଦା, ରସୁଣ, ପିଆଜ ପେଷ୍ଟ
୫.ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ,ଗରମ ମସଲା
୬. କଟା ଟମାଟୋ
୭. ଖାଇବା ତେଲ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପନିରକୁ ଆପଣଙ୍କ ପସନ୍ଦ ଆକାର ଅନୁସାରେ କାଟି ନିଅନ୍ତୁ। ପନିର ଖଣ୍ଡ ଗୁଡ଼ିକୁ ତେଲରେ ଛାଣି ଦିଅନ୍ତୁ।ପନିର କୁ ସଫ୍ଟ କରିବା ପାଇଁ ଆପଣଙ୍କୁ ଆମେ ଗୋଟେ ଟିପ୍ସ ମଧ୍ୟ ଦେବୁ । ଛଣା ପନିର କୁ ଗୋଟିଏ ପାତ୍ର ରେ ୨ରୁ ୩ମିନିଟ୍ ପଯ୍ୟନ୍ତ ହଳଦୀ ପାଣିରେ ଛାଡି ଦିଅନ୍ତୁ। ଏହା ଦ୍ୱାରା ପନିର ର ଟେଷ୍ଟରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ପନିର ଛାଣି ସାରିବା ପରେ ଗୋଟିଏ କଢ଼େଇ ନିଅନ୍ତୁ । ସେଥିରେ ୩ ରୁ ୪ ଚାମଚ ତେଲ ଦିଅନ୍ତୁ ତେଲ ଗରମ ହୋଇଗଲା ପରେ କଟା ଯାଇଥିବା ପିଆଜ କୁ ଦେଇଦିଅନ୍ତୁ । ପିଆଜ ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ପିଆଜ, ଅଦା, ରସୁଣ ପେଷ୍ଟ ପକାଇ ଦିଅନ୍ତୁ। ମସଲା କଷି ହୋଇଗଲା ପରେ କଟାଯାଇଥିବା ଟମାଟୋ କୁ ଦେଇ ଦିଅନ୍ତୁ । ଟମାଟୋ ଏବଂ ମସଲା ଭଲଭାବରେ କଷି ହୋଇଗଲା ପରେ ସେଥିରେ ମଟର ଦେଇ ଦିଅନ୍ତୁ। ମଟର ଶିଝିବା ପାଇଁ ଗୋଟେ ଗ୍ଲାସ ପାଣି ଦିଅନ୍ତୁ। ମଟର ଶିଝି ଆସିଲେ ସେଥିରେ ଛଣା ଯାଇଥିବା ପନିରକୁ ଦେଇ ଦିଅନ୍ତୁ ତା’ପରେ ୫ ମିନିଟ୍ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନିର ମଟର ମସଲା ତରକାରୀ । ଏହି ପ୍ରଣାଳୀ ସହଜ ଅଟେ ଆରାମରେ ଘରେ ବନେଇ ପାରିବେ । ଦେଖିବାକୁ ଯେତିକି ଆକୃଷ୍ଟ ଲାଗୁଛି ସେତିକି ସ୍ୱାଦିଷ୍ଠ ମଧ୍ୟ ତେଣୁ ଏମିତି ଷ୍ଟାଇଲରେ ଥରେ ବନାନ୍ତୁ ନା ଭେଜ୍ ବିରିୟାନୀ ସହ ପନିର ମଟର ମସଲା ତରକାରୀ।