ଆମ ଦେଶରେ ପ୍ରଚଳିତ ଆଇନ ଅନୁଯାୟୀ ଆତ୍ମହତ୍ୟା କରିବା ଅପରାଧ, ଏହା ଜାଣି ମଧ୍ୟ ବିଧି ବିଧେୟକ ତିଆରି କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଖୋଦ୍ ଜଣେ ବିଧାୟକ, ବାରମ୍ବାର ଦାବି ଉପସ୍ଥାପନ କରି ମଧ୍ୟ ସାଧାରଣ ଚାଷୀଙ୍କର ସମସ୍ୟା ସମାଧାନ କରିବାରେ ବିଫଳ ହୋଇ ଯଦି ଆଜି ବିଧାନସଭା ଭିତରେ ବିଶପାନ କରି ଆତ୍ମହତ୍ୟା କରିବା ପାଇଁ ପଦକ୍ଷେପ ନେଇପାରିଲେ, ତା’ହେଲେ ରାଜରାସ୍ତାରେ ଆତ୍ମହତ୍ୟା କରିବା ପାଇଁ ଧାଇଁ ଆସୁଥିବା ସାଧାରଣ ଲୋକଟିଏ ତା’ର ହକ୍ ଅଧିକାର ପାଇଁ ବାରମ୍ବାର ବାରଦୁଆର ବୁଲି ବୁଲି କିଭଳି ହନ୍ତସନ୍ତ ହେଉନଥିବ?
ହାୟରେ ବିଧାତା, ତଥାପି କିନ୍ତୁ ସବୁଆଡୁ ପରିଶ୍ରାନ୍ତ ହୋଇ ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା କୌଣସି ଅବହେଳିତ ନିଷ୍ପେସିତ ଲୋକଟି ପାଇଁ ଆମ ଦେଶରେ ଏପର୍ଯ୍ୟନ୍ତ ଆଇନରେ ସୁରକ୍ଷା ଦେବା ପାଇଁ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା ହେଇପାରିନାହିଁ!!!