ନୂଆଦିଲ୍ଲୀରେ ଦିନ କୁ ଦିନ କ୍ରାଇମ୍ ବଢ଼ିବାରେ ଲାଗିଛି। ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ପୁଣି ଶ୍ରଦ୍ଧା ଷ୍ଟାଇଲ ରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଦିଲ୍ଲୀର ପାଣ୍ଡବନଗର ରେ ସାବତ ପୁଅର ପ୍ରେମରେ ପଡି ସ୍ତ୍ରୀ ନିଜ ସ୍ବାମୀଙ୍କୁ ୨୨ଖଣ୍ଡ କରି ଜଘନ୍ୟ ହତ୍ୟାକାଣ୍ଡ ରଚିଛି ସ୍ତ୍ରୀ । ସୂଚନା ଅନୁଯାୟୀ ସ୍ତ୍ରୀ ପୁନମ୍ ଏବଂ ସାବତ ପୁଅ ଦୀପକ ମଧ୍ୟରେ ଥିଲା ଅନୈତିକ ସଂପର୍କ । ଏହି ସଂପର୍କ କଣ୍ଟା ସାଜିଥିଲେ ସ୍ବାମୀ ଅଞ୍ଜନ ଦାସ । ଦୀର୍ଘଦିନ ଧରି ପରିବାରରେ ଲାଗି ରହୁଥିଲା ଅଶାନ୍ତି । ଅଞ୍ଜନ ଙ୍କୁ ରାସ୍ତାରୁ ହଟାଇବା ପାଇଁ ମାଁ ପୁଅ ମିଶି କରିଥିଲେ ପ୍ଲାନ୍
ସ୍ୱାମୀ ଅଞ୍ଜନକୁ ନିଦ ବଟିକା ଦେଇ ହତ୍ୟା କରିଥିଲେ । ହତ୍ୟା ପରେ ସ୍ୱାମୀର ମୃତ ଶରୀରର କୁ ୨୨ଖଣ୍ଡ କରି କାଟି ପକାଇଥିଲା ପୁନମ୍ । ଏହି ୨୨ଖଣ୍ଡ ଅଂଶ କୁ ଫ୍ରିଜ୍ ରେ ରଖିଥିଲେ ମାଁ ପୁଅ। ଶରୀର ଖଣ୍ଡବିଖଣ୍ଡିତ ଅଂଶ କୁ ଗୁପ୍ତ ଭାବରେ ସହରର ବିଭିନ୍ନ ସ୍ଥାନରେ ଫୋପାଡୁ ଥିଲେ । ଯାହା ସିସିଟିଭି ଫୁଟେଜରେ କଏଦ ହୋଇଛି ।
ଏହି ଫୁଟେଜ ରେ ଦୀପକ ହାତରେ ବ୍ୟାଗ ଥରି ବିଳମ୍ବିତ ରାତିରେ ବୁଲୁଥିବା ବେଳେ ପଛରେ ଅଛନ୍ତି ପୁଣମ୍ । ଉଭୟଙ୍କୁ ପୋଲିସ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ପେସିଆଲ ସିପି (କ୍ରାଇମ୍) ରବୀନ୍ଦ୍ର ୟାଦବ । କହିଛନ୍ତି ସ୍ତ୍ରୀ ପୁଣମ୍ ଏବଂ ସାବତ ପୁଅ ଦୀପକ ମଧ୍ୟରେ ଥିଲା ଅନୈତିକ ସଂପର୍କ ଯେଉଁଥିପାଇଁ ଏପରି ହତ୍ୟାକାଣ୍ଡ ଘଟିଛି ।