ଘରୋଇ ଉପଚାରରେ ଫଟା ଗୋଡ଼ରୁ ମୁକ୍ତି ପାଆନ୍ତୁ ।

ଥଣ୍ଡା ପାଗରେ କେବଳ ଚେହେରା ନୁହେଁ ହାତ ଗୋଡ଼ ମଧ୍ୟ ଫାଟିବା ଆରମ୍ଭ ହୋଇଥାଏ । ଶୀତଦିନେ ଲୋକମାନେ ଫଟା ଗୋଡ଼ କୁ ନେଇ ମଧ୍ୟ ଚିନ୍ତାରେ ପଡିଥାନ୍ତି । ପୁରୁଷ ଅପେକ୍ଷା ମହିଳାମାନଙ୍କ ପାଖରେ ଲେଡିଫାଟିବା ଗୁଣ ଟିକେ ଅଧିକା ଦେଖିବାକୁ ମିଳିଥାଏ। କିଛି ମହିଳାଙ୍କ ନିକଟରେ ଗୋଡ଼ ଫାଟିବା ସହିତ ଗୋଡରୁ ରକ୍ତସ୍ରାବ ହୋଇ ଯନ୍ତ୍ରଣା ହୋଇଥାଏ। ଏପରି ପରିସ୍ଥିତିରେ ଆପଣ କିଛି ଘରୋଇ ଉପଚାରରେ ଏହି ସବୁ ସମସ୍ୟରୁ ମୁକ୍ତି ପାଇପାରିବେ। ଜାଣନ୍ତୁ କିଛି ଘରୋଇ ଟିପ୍ସ ।

• ଆପଣ ଚିନି, ମହୁ ଏବଂ ଲେମ୍ବୁ ବ୍ୟବହାର କରନ୍ତି । ଏହା ମୃତ କୋଷଗୁଡ଼ିକୁ ବାହାର କରିବାରେ ସାହାର୍ଯ୍ୟ ହୁଏ । ଯାହା ଦ୍ଵାରା ଗୋଡ଼ ଫାଟିବାରୁ ରକ୍ଷା କରେ ।
• ଫାଟିଯାଇଥିବା ଗୋଡ଼ରୁ ମୁକ୍ତି ପାଇବା ପାଇଁ ମହମ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ଅଳ୍ପ ମହମର ଗୁଣ୍ଡ ନିଅନ୍ତୁ ଏଥିରେ ଦୁଇ ବୁନ୍ଦା ତେଲ ମିଶାଇ ରାତିରେ ଗୋଡ଼ରେ ଲଗାନ୍ତୁ ତା’ପରେ ସକାଳେ ଏହାକୁ ସଫା କରନ୍ତୁ ।
• ଗୋଡ଼ ଫାଟିବା ସମସ୍ୟାରେ ମଇଦା ଆପଣଙ୍କୁ ଭଲ ଫାଇଦା ଦେଇଥାଏ । ଆପଣ ୨ଚାମଚ ମଇଦା ନେବାକୁ ପଡିବ‌ ତା’ପରେ ୧ଚାମଚ ମହୁ, ୩ ରୁ ୪ ବୁନ୍ଦା ଭିନେଗାର ଏବଂ ନଡିଆ ତେଲ ଲଗାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣଟିକୁ ଗୋଡରେ ଭଲ ଭାବରେ ମାଲିସ୍ କରନ୍ତୁ ।
• ଫଟା ଗୋଡର ମୁକ୍ତି ପାଇବା ପାଇଁ ଭେସଲିନ୍ ମଧ୍ୟ ପ୍ରଭାବଶାଳୀ ଅଟେ । ଆପଣଙ୍କୁ କେବଳ ଶୋଇବା ପୂର୍ବରୁ ଏହାକୁ ପ୍ରୟୋଗ କରିବାକୁ ପଡିବ । ଏହା ସହିତ ଆପଣ ଶୀଘ୍ର ଆରାମ ପାଇବା ଆରମ୍ଭ କରିଦେବ ।
• ଏହା ବ୍ୟତୀତ, ଫାଟିଯାଇଥିବା ଗୋଡରୁ ମୁକ୍ତି ପାଇବା ପାଇଁ ପାଦକୁ ଉଷୁମ ଗରମ ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ।ଏହା ମଧ୍ୟ ଫଟା ଗୋଡ଼କୁ ଆରାମ ଦେଇଥାଏ।