ଶୀତ ଦିନେ ଓଠର ଯତ୍ନ ନେବେ କିପରି

ଶୀତ ଦିନେ ଓଠର ଯତ୍ନ

ଶୀତଦିନ ଆରମ୍ଭ ହୋଇଛି । ସାଧାରଣତଃ ଗୋଡ଼ ଫାଟିବା ,ଓଠ ଫାଟିଲା ଏବଂ ଓଠରୁ ସାମାନ୍ୟ ରକ୍ତ ବାହାରିବା , ସ୍କିନ୍ ଡ୍ରାଏ, ଡୋଲ ହୋଇଯିବା ମୁହଁ ମଳିନ ଦେଖାଯିବା ପରି ସମସ୍ୟା ଦେଖିବାକୁ ମିଳିଥାଏ । କିନ୍ତୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାରର ଟିପ୍ସ ଦେବାକୁ ଯାଉଛୁ । ଯାହା ଆପଣ ବ୍ୟବହାର କରି ଏହି ସବୁ ସମସ୍ୟା ରୁ ନିଜକୁ ଦୂରେଇ ରଖିପାରିବେ।

ଆସନ୍ତୁ ଜାଣିବା

୧* ପ୍ରତିଦିନ ରାତିରେ ଦେଶୀ ଗୁଆ ଘିଅ କୁ ୧ ରୁ ୨ମିନିଟ୍ ଓଠରେ ଲଗେଇ ରଖନ୍ତୁ।ଏହା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ।
୨* ଗୋଲାପ ପାଖୁଡାର ରସ ତିଆରି କରନ୍ତୁ ଏବଂ ଏହାକୁ ଓଠରେ ଲଗାନ୍ତୁ । ଏହାଦ୍ବାରା ଓଠ କଳାପଣ ଦୂର ହୋଇଥାଏ ଏବଂ ଓଠକୁ ଗୋଲାପି ରଙ୍ଗ କରିବାରେ ସାହାଯ୍ୟ କରିଥାଏ।
୩* ଗୋଟିଏ ବିଟ୍ ବାଟି ଦେଇ ସେଥିରୁ ରସ ପ୍ରସ୍ତୁତ କରନ୍ତୁ।ସେହି ରସକୁ ଦିନକୁ ଦୁଇଥର ଓଠରେ ଲଗାନ୍ତୁ ଏହାଦ୍ବାରା ଓଠ ସୌନ୍ଦର୍ଯ୍ୟ କୁ ଦୁଇଗୁଣିତ କରିଥାଏ।

୪* ଅଳ୍ପ ଗରମ ପାଣିରେ ଦୁଇ ଚାମଚ ଲୁଣ, ଗୋଟିଏ ଚାମଚ ଲେମ୍ବୁ ରସ ପକାଇ ଦିଅନ୍ତୁ । ଏବଂ ପାଣିରେ ଗୋଡ କୁ ୧୦ ରୁ ୧୫ ମିନିଟ୍ ବୁଡ଼ାଇ ରଖନ୍ତୁ ଏହାଦ୍ବାରା ଗୋଡ଼ ଫାଟିବା ସମସ୍ୟା ଦୂର ହୋଇଥାଏ।

୫* ଦିନକୁ ୪ ଲିଟର ପାଣି ପିଅନ୍ତୂ ।

୬* ସବୁଜ ପନିପରିବା ଖାଆନ୍ତୁ ।