ଉପକୃତ ହେବେ ୪୮ଲକ୍ଷ ହିତାଧିକାରୀ
ମଧୁବାବୁ ପେନସନ ଯୋଜନା ଓ ଜାତୀୟ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀ ଙ୍କ ରାଜ୍ୟ ସରକାର ଶୀତକାଳୀନ ସ୍ୱତନ୍ତ୍ର ପ୍ୟାକେଜ ର ଘୋଷଣା କରିଛନ୍ତି। ଡିସେମ୍ବର୧ ସୁଦ୍ଧା ହିତାଧିକାରୀଙ୍କୁ କମ୍ବଳ କିଣିବାକୁ ୩୦୦ ଟଙ୍କା ଲେଖାଏଁ ଶୀତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏହି ଯୋଜନାରେ ମୋଟ ୪୮ଲକ୍ଷ ହିତାଧିକାରୀ ଉପକୃତ ହେବ ଏବଂ ଏଥିପାଇଁ ୧୪୬କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର । ଶୀତରେ କେହି ଯେମିତି ଖୋଲା ଆକାଶ ତଳେ ନସୁଏ ସେନେଇ ମଧ୍ୟ ୮୫୫ଟି ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଛି ଏବଂ ଆବଶ୍ୟକସ୍ଥଳେ ପଞ୍ଚାୟତ ଅଫିସ ଓ ସ୍କୁଲ ଘର ଗୁଡ଼ିକୁ ମଧ୍ୟ ବ୍ୟବହାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ମାନଙ୍କୁ ତୁରନ୍ତ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।