ପୁଣି ବଢିପାରେ ପେଟ୍ରୋଲ , ଡିଜେଲ ଦର

ଗ୍ରାହକଙ୍କୁ ଚିନ୍ତାରେ ପକେଇବ ପେଟ୍ରୋଲ ଡିଜେଲ ଦର। ତୈଳ ରପ୍ତାନୀକାରୀ ଦେଶକୁ ନେଇ ଗଠିତ ସଂଗଠନ OPEC ( Organization of the petroleum exporting countries) ପ୍ଲସ ପକ୍ଷ ରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ତେଣୁ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ନେଇ ଆଶଙ୍କା କରାଯାଉଛି। କେବଳ ଭାରତ ନୁହେଁ ବିଶ୍ଵସ୍ତରରେ ଉଭୟ ପେଟ୍ରୋଲ, ଡିଜେଲ ଦରଦାମ ହୋଇପାରେ । ତୈଳ ଜାତୀୟ ଦ୍ରବ୍ୟର ଦରବୃଦ୍ଧି ହେଲେ ଦେଶର ସାଧାରଣ ଲୋକ ଠାରୁ ଆରମ୍ଭ କରି ବିଶ୍ୱ ସ୍ତର ଅର୍ଥନୀତି ରେ ଘୋର ପ୍ରଭାବ ପକାଇବ। ଅନ୍ୟ ପକ୍ଷରେ ସାଉଦି ଓ ରୁଷ ନେତୃତ୍ୱଧିନ ଓପେକର ଥିବାବେଳେ ଏଭଳି ନିଷ୍ପତ୍ତି କୁ ଆମେରିକା ଓ ୟୁରୋପୀୟ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।